ରାଜଧାନୀରେ ପୁଣି ହଣାକଟା , ରାତି ଅଧରେ ଲକ୍ଷ୍ମୀସାଗରରେ ବୁଲିଲା ଖଣ୍ଡା ,ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଓ ମହିଳା ଲହୁଲୁହାଣ
ରାଜଧାନୀରେ ପୁଣି ହଣାକଟା । ରାତି ଅଧରେ ଲକ୍ଷ୍ମୀସାଗରରେ ବୁଲିଲା ଖଣ୍ଡା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଓ ମହିଳା ଲହୁଲୁହାଣ ହୋଇଛନ୍ତି । ଖଣ୍ଡା ଚୋଟରେ ଆହତ ହୋଇଥିବା ଯୁବକ ହେଲେ ଉଦୟ କିରଣ । ଉଦୟ କିରଣ ଓ ମହିଳାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।
ଖବର ଅନୁଯାୟୀ, ଭୁବନେଶ୍ବର ଷ୍ଟେସନ ବଜାର ଅଞ୍ଚଳରେ ଜଣେ ପାନ ଦୋକାନୀ ବିଳମ୍ବିତ ରାତି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ରାମୁଲୁ ନାମ ଯୁବକ ଅନ୍ୟ କିଛି ସହଯୋଗୀଙ୍କ ସହ ଆସି ଅତର୍କିତ ଆକ୍ରମଣ କରିଥିଲେ । ରାମୁଲୁର ଖଣ୍ଡା ଚୋଟରେ ଉଦୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନ ଖଣ୍ଡା ଚୋଟ ବାଜିଛି । ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ଦୁର୍ବୃତ୍ତଙ୍କ ଆକ୍ରମଣ ଶିକାର ହୋଇଛନ୍ତି । ଖଣ୍ଡାଚୋଟ ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଛି। ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପଛର କାରଣ କ’ଣ ଥିଲା, ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି ବିବାଦକୁ କେନ୍ଦ୍ର କରି ଏହି ହଣାକଟା ଘଟିଛି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ସିସିଟିଭି ଯାଞ୍ଚ କରାଯାଉଛି ।