ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ,ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ
ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ । ଗତକାଲି ସେ ସ୍ବାଭାବିକ ଥିଲେ । ମୃତ୍ୟୁ କେମିତି ହେଲା ତାକୁ ନେଇ ଆରମ୍ଭ ହୋଇଛି ଛାନବିନ। ଘଟଣା ସ୍ଥଳକୁ ନିଜେ ପୋଲିସକ କମିଶନର ଯାଇଛନ୍ତି । ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଯାଇଛନ୍ତି ।
ସିପି କହିଛନ୍ତି ତାଙ୍କ ମୃତ୍ୟୁ ପଛରେ ବ୍ୟକ୍ତିଗତ କାରଣ ଥାଇପାରେ। ବିନା କୌଣସି କାରଣରେ କେହି ଜୀବନ ହାରେ ନାହିଁ । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ। ତାଙ୍କର ଶେଷ କଲ୍ କୁ ନେଇ ତଦନ୍ତ କରାଯାଉଛି। ଶେଷ ଥର ପାଇଁ ସେ କାହା ସହ କଥାବର୍ତ୍ତା ହୋଇଥିଲେ ତାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି। ଶାରୀରିକ ଓ ମାନସିକ ଭାବେ ସେ ବହୁତ ମଜଭୁତ ଥିଲେ ବୋଲି ସିପି କହିଛନ୍ତି। ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ପୋଲିସ ଅବଗତ କରିଛି । ଏନେଇ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ପୂର୍ବରୁ ବିୟୁଟି ମହାନ୍ତି ପାହାଳ ଥାନା ଆଇଆଇସି ଭାବେ କାର୍ଯ୍ୟ କରିଥିଲେ।