ମହିଳା ମାଓବାଦୀ କଲେ ଆତ୍ମସମର୍ପଣ

କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ ଛତିଶଗଡ଼ ରାଜ୍ୟ ସୁକ୍‌ମା ଅଞ୍ଚଳର ବୋଲି ଜଣାପଡ଼ିଛି। ଏ ନେଇ ବୁଧବାର ଅପରାହ୍ନରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।