ଆଉ ଦିନକ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ପ୍ରଥମେ ବିଜେଡି ସମର୍ଥନ ଘୋଷଣା କରିବା ପରେ ଓ୍ବାଇଏସଆର କଂଗ୍ରେସ ମଧ୍ୟ ଦ୍ରୈାପଦୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଥିଲା । ଏହା ପରେ କଂଗ୍ରେସ ସହ ଝାଡ଼ଖଣ୍ଡରେ ମେଂଟ ସରକାର ଚଳାଉଥିବା ଜେଏମଏମ ମଧ୍ୟ ବାଧ୍ୟ ହୋଇଥିଲା ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ । ଏହାପରେ ପରେ ଅକାଳି ଦଳ, ଶିବସେନା, ଏସବିଏସପି ,ବିଏସପି ମଧ୍ୟ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ।
ଦ୍ରୈାପଦୀ ମୁର୍ମୁ ଜିତିବା ସହଜ ହୋଇଥିଲେ ମଧ୍ୟ ବିରୋଧୀମାନେ ଚାହୁଁଥିଲେ 2024 ନିର୍ବାଚନ ପୂର୍ବରୁ ମେଳି ବାନ୍ଧିବା ପାଇଁ । କିନ୍ତୁ ଆଦିବାସୀ ପ୍ରାର୍ଥୀଙ୍କ ଭୟରେ ଏହି ମେଳି ଗଠନ ହେବା ପୂର୍ବରୁ ଭାଙ୍ଗି ଯାଇଛି । ବିରୋଧୀମାନେ ଆଦିବାସୀ ଭୋଟ ଭୟରେ ଦ୍ରୈାପଦୀଙ୍କୁ ବିରୋଧ କରିବାକୁ ସାହସ କରିପାରୁନାହାଁନ୍ତି କି ତାଙ୍କ ବିରୋଧରେ ଟିପ୍ପଣୀ ଦେବାକୁ ପସନ୍ଦ କରୁନାହାଁନ୍ତି । କଂଗ୍ରେସର ଜଣେ ନେତା ଦ୍ରୈାପଦୀ ମୁର୍ମୁଙ୍କ ବିରୋଧରେ ଟିପ୍ପଣୀ ଦେଇ ସମାଲୋଚିତ ହୋଇଛନ୍ତି ।
ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ଅର୍ଥାତ୍ ରାଷ୍ଟ୍ରପତି ହେବେ। ଏହା କୈାଣସି ଛୋଟ ଘଟଣା ନୁହେଁ । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ଭାରତର ଆଦିବାସୀ ଜନସଂଖ୍ୟାକୁ ଯେଉଁ ବାର୍ତା ଯିବ ତାହା ହେଉଛି ଭୋଟ ବ୍ୟାଙ୍କ । ଦ୍ରୈାପଦୀଙ୍କୁ ବିରୋଧ କରି ଅନେକ ବିରୋଧୀ ଦଳ ଆଦିବାସୀ ଭୋଟରଙ୍କ ବିରୋଧୀ ହେବାକୁ ଚାହୁଁନାହାଁନ୍ତି ।
ଭାରତରେ ଉତ୍ତରପ୍ରଦେଶଠୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ, ଛାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଅଧିକାଂଶ ଆଦିବାସୀ ସମୁଦାୟ ବସବାସ କରୁଛନ୍ତି । ପୁଣି ସେହି ଆଦିବାସୀଙ୍କ ମଧ୍ୟରେ 90 ପ୍ରତିଶତ ହେଉଛନ୍ତି ସାନ୍ତାଳ ଆଦିବାସୀ । ବିଜେପି ହିଁ ଏହି ରଣନୀତିରେ ଆଦିବାସୀ ପ୍ରାର୍ଥୀ ଭାବେ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ନୂଆ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାହୁଁଛି । ଯେଉଁଥିରେ କି ନିର୍ବାଚନ ପୂର୍ବରୁ ବିଜେପି ତା ରଣନୀତିରେ ସଫଳ ହୋଇଛି ବୋଲି କୁହାଯାଇପାରେ ।
ଆଦିବାସୀ ଜନତାଙ୍କ ବିଶ୍ବାସ ଭାଜନ ହେବାପାଇଁ ବିଜେପିର ଏହି ପ୍ରୟାସ ବିରୋଧୀଙ୍କ ମେଳି ଭାଙ୍ଗିବାରେ ମଧ୍ୟ ସହାୟକ ହୋଇଛି । ମୁର୍ମୁ ଏକ ସାନ୍ତାଳ ଆଦିବାସୀ ହୋଇଥିବାରୁ ମମତା ବାନାର୍ଜୀ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରିବାକୁ ସକ୍ଷମ ହୋଇପାରିନାହାଁନ୍ତି । ସେ ପଦୁଟିଏ ମଧ୍ୟ ଦ୍ରୈାପଦୀ ମୁର୍ମୁଙ୍କ ବିରୋଧରେ କହିନାହାଁନ୍ତି । ଏପରିକି ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ତାଙ୍କ ରାଜ୍ୟକୁ ଯଶୋବନ୍ତଙ୍କୁ ପ୍ରଚାର ପାଇଁ ଡାକିନାହାଁନ୍ତି । ଓଲଟା କହିଛନ୍ତି କି ଯଦି ବିଜେପି ତାଙ୍କୁ ଦ୍ରୈାପଦୀ ମୁର୍ମୁଙ୍କ କଥା କହିଥାନ୍ତା ତେବେ ସେ ଅନ୍ୟ ପ୍ରାର୍ଥୀ ବିଷୟରେ ଚିନ୍ତା କରିନଥାନ୍ତେ ।
ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ 17ଟି ଦଳ ଯଶୋବନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ସେଥିରେ ଜେଏମଏମ ମଧ୍ୟ ଥିଲା । କିନ୍ତୁ ଆଦିବାସୀ ଭୋଟ ଭୟରେ ଜେଏମଏମ ମଧ୍ୟ ଦ୍ରୈାପଦୀଙ୍କୁ ଭୋଟ ଦେବାକୁ ଘୋଷଣା କରିଛି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ସାଂସଦମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସିଧା ସିଧା ମନା କରିଥିବା ବେଳେ ଅନେକ ଛୋଟ ଛୋଟ ଦଳ ଦ୍ରୈାପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି । ଏଠାରେ କୁହାଯାଇପାରେ ଆଦିବାସୀ ମହିଳା ପ୍ରାର୍ଥୀ ହିଁ ବିରୋଧୀଙ୍କ ପାଇଁ ଧର୍ମ ସଂକଟ ସୃଷ୍ଟି କରିଛି । ଏନଡିଏ ପ୍ରାର୍ଥୀ ଘୋଷଣା ହେବା ଦିନଠାରୁ ସମର୍ଥନ ଦେବେ କି ନାହିଁ ବିଭିନ୍ନ ଦଳ ଭିତରେ ବାରମ୍ବାର ଆଲୋଚନା ଚାଲିଛି । ଶେଷରେ ଅନେକ ନେତା ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।
ଓଡ଼ିଶାରେ ବିଜେଡି ଦ୍ରୈାପଦୀ ମୁର୍ମୁଙ୍କ ପାଇଁ ପ୍ରଚାର କରିଥିବା ବେଳେ ଓଡ଼ିଶା କଂଗ୍ରେସ ଭିତରେ ମଧ୍ୟ ମତଭେଦ ଦେଖାଦେଇଛି । କେତେବେଳେ ତାରାବାହିନୀ ପତି ଗୋଟିଏ କଥା କହୁଥିବା ବେଳେ ସୁରେଶ ରାଉତରାୟ ଆଉ ଗୋଟେ କଥା କହୁଛନ୍ତି । ଦ୍ରୈାପଦୀ ଓଡ଼ିଆ ଝିଅ ହୋଇଥିବାରୁ ଆଗ ମାଟି ନା ଆଗ ପାର୍ଟି ଏହା ବିତର୍କର ବିଷୟ ହୋଇଛି । ତେବେ ନୂତନ ଭାବେ ଦାୟିତ୍ବ ନେଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବୁ ବୋଲି ଭୋଟ ଦେବାର ଦିନକ ପୂର୍ବରୁ କହିଛନ୍ତି । ଆଦିବାସୀ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ପାଇଁ ଦେଶରେ ଏବେ ଯେଭଳି ବିରୋଧୀମାନଙ୍କ ସବୁ ରଣନୀତି ଫସର ଫାଟିଯାଇଛି ଆଗାମୀ ଦିନରେ ସେହି ଆଦିବାସୀ ଭୋଟ ହାତେଇବା ପାଇଁ ନିଶ୍ଚୟ ବିରୋଧୀମାନେ ଆଦିବାସୀ ସମୁଦାୟଙ୍କ ନିକଟତର ହେବାକୁ ଅଧିକ ଚେଷ୍ଟା କରିବେ ଏଥିରେ ସନ୍ଦେହର ଅବକାଶ ନାହିଁ ।