ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୁଜିତ କୁମାର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୁଜିତ କୁମାର ଦାଖଲ କରିଛନ୍ତି ନାମାଙ୍କନ ପତ୍ର । 2ଟି ସେଟରେ ନାମାଙ୍କନ ଭରିଛନ୍ତି ସୁଜିତ କୁମାର । ସୁଜିତଙ୍କ ପାଇଁ 30 ଜଣ ପ୍ରସ୍ତାବକ ଅଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ମନ୍ତ୍ରୀ ଓ ବିଧାୟକ ମାନଙ୍କ ଉପସ୍ଥିତିରେ ନାମାଙ୍କନ କରିଛନ୍ତି ସୁଜିତ କୁମାର ।