ପୁରୀରେ ବାଗେଶର ବାବାଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରବଚନ ଆଜି ବି ଜାରି ରହିଛି। ଏହା ଗତ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି ଲାଗୁଛି। ଏହି ୫ ଦିନିଆ ପ୍ରବଚନ କାର୍ଯ୍ୟକ୍ରମରେ ଶିବ ଲିଙ୍ଗ ନିର୍ମାଣ, ହନୁମାନ ଗାଥା ସହ , ଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗଦାନ କରିଛନ୍ତି ।