ରାବଣପୋଡ଼ିରେ ବାଣ ପ୍ରତିଯୋଗିତାକୁ ବାରଣ , କଣ କହିଲେ ହାଇକୋର୍ଟ ?

କଟକ: ରାବଣ ପୋଡ଼ିକୁ ଆଉ ପାଞ୍ଚଦିନ ରହିଲା । ଏଥର ରାବଣ ପୋଡ଼ିରେ  ଆପଣ ରଙ୍ଗବେରଙ୍ଗର ବାଣ ଦେଖିବାକୁ ଟାଇମ ଫିକ୍ସ କରି ଅପେକ୍ଷାରେ ଅଛନ୍ତି କି? ତେବେ ନିରାଶ ହେବେ । କାରଣ ଏଥର ଆଉ ବାଣ ପ୍ରତିଯୋଗିତା ହେବନାହିଁ ।  ବାଣ ପ୍ରତିଯୋଗିତାକୁ ନେଇ ଫଟକାର ଲଗାଇଛନ୍ତି ହାଇକୋର୍ଟ । ସହରକୁ ସବୁଜ ସୁନ୍ଦର କରିବାକୁ କହିଛନ୍ତି ।  ବାୟୁ ପ୍ରଦୂଷଣ ରୋକିବାକୁ ଚିନ୍ତା ନଥିବା କହିଛନ୍ତି । ସବୁଜ ବାଣକୁ ସମ୍ମତି ପ୍ରଦାନ କରିବା ସହ  ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା ବୋଲି ସିଧା ସିଧା କହିଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ ବ୍ୟବହାର କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ଏନେଇ ଆଡ୍‌ଭୋକେଟ୍‌ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସୁରୁଖୁରୁରେ ରାବଣପୋଡ଼ି କେମିତି ହୋଇପାରିବ ସେନେଇ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଅକ୍ଟୋବର ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟ୍ରାଫିକ୍‌ ପରିଚାଳନା ପାଇଁ ଡିସିପିଙ୍କୁ ମଧ୍ୟ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ଆଦେଶ ମୁତାବକ କଟକରେ ଏଥର ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। ସୁରୁଖୁରୁରେ ରାବଣ ପୋଡ଼ି ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । କେବଳ ପରିବେଶକୁ ସୁହାଇଲା ଭଳି ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି। ରାବଣ ପୋଡ଼ି ପାଇଁ କଟକ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ୧୦ ତାରିଖ ଭିତରେ ଏଥିନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସାରିବାକୁ ସିଏମସି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।