ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଜୀବନ ଯୁଦ୍ଧରେ ହାରିଗଲେ ଏଫ୍‍ଏମ୍‍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଭୋଗରାଇ ପୈତୃକ ଗାଁରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷର ସହାୟତା ଘୋଷଣା କରିଥିବା ସୂଚନା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏମ୍ସର ବର୍ଣ୍ଣ ବିଭାଗରେ ଗୁରୁତର ଅବସ୍ଥା ଚିକିତ୍ସିତ ହେଉଥିବା ସୌମ୍ୟାଶ୍ରୀ ସୋମବାର ରାତି ୧୧ଟା ୪୬ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦)।

Leave a comment