ପୁରୀ ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ

ପୁରୀ ଶ୍ୱେତଗଙ୍ଗାରେ ହେଲା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ। ପୁଅ ବାବୁସାନ୍ ମହାନ୍ତି, ବୋହୂ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତିରେ କର୍ମ ହୋଇଛି । ଗତ ଫେବୃଆରୀ ୨୭ରେ ହୋଇଥିଲା ଓଡ଼ିଆ ସୁପରଷ୍ଟାର୍ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ବାବୁସାନ । ଶ୍ରାଦ୍ଧ ପ୍ରଦାନ ସହ ଉତ୍ତମ ମହାନ୍ତିଙ୍କ ଅସ୍ଥିକୁ ବିସର୍ଜନ କରିବେ ପୁଅ ବାବୁସାନ । ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତ ଅଛନ୍ତି ।

ସେହିପରି ଭୁବନେଶ୍ବରରେ ଉତ୍ତମଙ୍କ ସୋମବାର ଦିନ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।