ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା କରାଯିବ ।  ବୈଠକରେ ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ମହାପ୍ରଭୁଙ୍କ ନୀତିକାନ୍ତିରେ ଆଜି ବି ସକାଳୁ ବିଳମ୍ଭ ହୋଇଛି । ବାରମ୍ବାର ଏପରି ହେଉଥିବାରୁ ଏନେଇ ବୈଠକରେ ଆଲୋଚନା ହୋଇପାରେ । ଏବେ ରଥ ନିର୍ମାଣରେ ବ୍ୟସ୍ତ ଅଛନ୍ତି ମହାରଣା, ଭୋଇ, ରୂପକାର ଓ ଅନ୍ୟାନ୍ୟ ସେବାୟତ । ଏବେ ତିନି ରଥର ଚକ ଏବଂ ଅଖ ନିର୍ମାଣ ସରି ୧୪ ନାହାକା ନିର୍ମାଣ ଜାରି ରହିଛି ।