୨୨ ଓ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଶାହ

ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ଆସନ୍ତା ୨୨ ଓ ୨୩ ତାରିଖରେ ଓଡ଼ିଶା ଗସ୍ତର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ବିଭିନ୍ନ ସରକାରୀ ପ୍ରକଳ୍ପର କରିବେ ଶିଳାନ୍ୟାସ । ୧୦ଟି ଅଗ୍ନିଶମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଶାହ । ଏଥିସହ ୨୫ଟି ରାପିଡ୍ ରେସପନ୍ସ୍ ଭେଇକିଲ୍ ର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି ।