ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ବିବାଦ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଗିରଫ ଆଦି ଘଟଣାକୁ ନେଇ ଯାଜପୁରରେ ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସର ଫ୍ଲାଗମାର୍ଚ। ଏହିସବୁ ଘଟଣାକୁ ନେଇ ଗଲା ୪ ଦିନ ହେବ ରାଜନୈତିକ ଉଷ୍ମତା ଲାଗି ରହିଛି। ସେ ଦୃଷ୍ଟିରେ ଯାଜପୁରରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହରରେ ଫ୍ଲାଗମାର୍ଚ୍ କରାଯାଇଛି। ଭାରପ୍ରାପ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ୟସ ପ୍ରତାପ ଶ୍ରୀମାଲ ପ୍ରମୁଖ ଶାନ୍ତି ବଜାୟ ରଖିବା ପାଇଁ ସଚେତନ କରିଛନ୍ତି। ଯାଜପୁର ଥାନା ଓ ବିରଜା ହାଟ ଅଞ୍ଚଳ ରେ ବିଏନଏସ ୧୬୩ ଜାରି ହୋଇଥିବା ବେଳେ ସହରରେ ଶାନ୍ତି ରକ୍ଷା ଲାଗି ୪୦ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।