ରାଜ୍ୟସ୍ତରୀୟ ପରେଡକୁ ବର୍ଷା କରିପାରେ ଫିକା!

ରାଜ୍ୟରେ ଲାଗିରହିଛି ବର୍ଷା । ରାଜଧାନୀ ଭୁବନେଶ୍ବରରେ ଲଗାତର ବର୍ଷା ତୁହାକୁ ତୁହା ହେଉଥିବା ବେଳେ ଆଗାମୀ ଦୁଇଦିନ ପୁଣି ବର୍ଷା ସଂଭାବନା ଥିବା ପାଣିପାଗ ବିଭାଗ କହିଛି । ଦିନକ ପରେ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଡ୍ରେସ ରିହରସଲ ଚାଲିଥିବା ବେଳେ ବର୍ଷା ସବୁ ଛାରଖାର କରିଦେଉଛି। ପୁଲିସ ମହାନିର୍ଦ୍ଦେଶକ ଫୁଲ ଡ୍ରେସ ରିହରସଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମଧ୍ୟ ଲଗାତାର ବର୍ଷା ଯୋଗୁଁ ଏଥର ସ୍ବାଧୀନତା ଦିବସ ପାଳନ ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । କରୋନା କଟକଣା ପାଇଁ ଏଥର ଛାତ୍ରଛାତ୍ରୀମାନେ ଯୋଗ ଦେବେ ନାହିଁ ।

ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ପରେଡ ଗ୍ରାଉଣ୍ଡରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ପ୍ରଦର୍ଶନୀ ପଡ଼ିଆ ଭିତରେ ୨ ସ୍ତରୀୟ ଓ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର। ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ।