ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
ଆଜି ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଛି ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ରକ୍ତୁଛିଟା ଦେଖିବାକୁ ମିଳିଥିଲା | ଏହି ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ ନୀତି । ଆଉ ଏହି ମହାସ୍ନାନ ନୀତି ଯୋଗୁଁ ଘଣ୍ଟାଏରୁ ଅଧିକ ସମୟ ଧରି ନୀତିକାନ୍ତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା |

ଫଳରେ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ତେଣୁ ଟାଉନ ଥାନାଠାରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ଲାଗିଛି ଲମ୍ବା ଧାଡ଼ି। ପ୍ରବଳ ଖରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଧାଡ଼ିରେ ଠିଆ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଜମିଥିବା ଦେଖବାକୁ ମିଳିଛି।