ଆସନ୍ତାକାଲିଠୁ ଚାଲିବ ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌

 ଭୁବନେଶ୍ବର: ଆସନ୍ତାକାଲିଠୁ ବହୁ ପ୍ରତିକ୍ଷିତ  ହାୱଡ଼ା-ପୁରୀ-ହାଓଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଭିଡିଓ କନଫରେନସରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ।  ପୁରୀରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।  ‘୨୨୮୯୫/୨୨୮୯୬’ ହାଓଡ଼ା-ପୁରୀ-ହାୱଡ଼ା ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହେବ ଓଡ଼ିଶା ପାଇଁ ପ୍ରଥମ ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଥମ କରି ଓଡ଼ିଶାକୁ ଯିବା ପାଇଁ ନିର୍ଦ୍ଧାରିତ ଏହି ‘‌ବନ୍ଦେ ଭାରତ ଏକ୍ସପ୍ରେସ୍‌’ ରେଳବାଇର ଦିକ୍ଷିଣପୂର୍ବ ଡିଭିଜନ୍‌ ଅଧୀନରେ ଚଳାଚଳ କରିବ।  ଏଥିରେ ଥିବା ‘ଚେୟାର୍‌କାର୍‌’ ଟିକେଟ୍‌ର ମୂଲ୍ୟ ୧୫୯୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌’ ଟିକେଟ୍‌ର ମୂଲ୍ୟ ୨୯୦୦ ଟଙ୍କା ରଖାଯାଇଛି।