୪ଦିନ ପରେ ଗଡ଼ିଲା ଘରୋଇ ବସ୍
ରାଜ୍ୟରେ ୪ଦିନ ପରେ ସ୍ୱାଭାବିକ ହୋଇଛି ଘରୋଇ ବସ୍ ଚଳାଚଳ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଗନ୍ତବ୍ୟ ସ୍ଥଳକୁ ଗଡିଛି ଘରୋଇ ବସ୍ । ୭ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଗଡୁନଥିଲା ବସ୍ । ହେଲେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ ଘରୋଇ ବସ ମାଲିକ ସଂଘ । ଏଥିପାଇଁ ସରକାରଙ୍କୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସୁରକ୍ଷା ମାଗିଛି। ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଛି ଘରୋଇ ବସ୍ ମାଲିକ ସଂଘ। ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା ।ମାଲିକ ସଂଘ ଡ଼୍ରାଇଭର ମହାସଂଘ ଆନ୍ଦୋଳନକୁ ସମର୍ଥନ କରିଥିଲା। ଡ୍ରାଇଭର ମହାସଂଘର ଅନ୍ୟ କୌଣସି ଦାବି ସହ ବସ୍ ମାଲିକଙ୍କ ସମ୍ପର୍କ ନାହିଁ। ୪ ଦିନ ଧରି ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଓଡ଼ିଶାବାସୀ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ତେଣୁ ଶନିବାର ଠାରୁ ରାଜ୍ୟର ସବୁ ରାସ୍ତାରେ ଘରୋଇ ବସ୍ ଚଳାଚଳ କରିବ। ପୁଲିସ ସୁରକ୍ଷାରେ ବସ୍ଗୁଡ଼ିକ ଚଳାଚଳ କରିବ।