ଧାମନଗର ଉପନିର୍ବାଚନ ଲାଗି ନିୟୋଜିତ ପୋଲିଂ ଅଫିସରଙ୍କ ଅକାଳ ବିୟୋଗ

The dead woman's body. Focus on hand

ଭଦ୍ରକ: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ ଚାଲିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। SCBରେ ଚିକିତ୍ସାଧୀନ ଅବସ୍ଥାରେ ପୁଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ୧୩୯ ନମ୍ବର ବୁଥ୍ ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି । ସେ ଗତକାଲି ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର ହୋଇଥିଲେ ।

ତାଙ୍କ ମୃତ୍ୟୁ ପାଇଁ 15 ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଆଇନ ଅନୁଯାୟୀ ଅନ୍ୟାନ୍ୟ କ୍ଷତିପୂରଣ ମିଳିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।