ଦ୍ରୈାପଦୀଙ୍କ ପାଇଁ ଲକ୍ଷ୍ମଣ ରେଖା ଲଙ୍ଘିଲେ ବିରୋଧୀ: ବଢ଼ିଲା କ୍ରସଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଫିକା ପଡିଛି  । ନରେନ୍ଦ୍ର ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଆଗରେ ବିରୋଧୀଙ୍କ ରଣକୈାଶଳ ଫେଲ ମାରିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିରୋଧୀ ଦଳଗୁଡ଼ିକ ଦୋଛକିରେ ପଡିଥିଲେ । ଦଳର ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କୁ ବିରୋଧ କରିବା ଲକ୍ଷ୍ୟରେ ଯେଉଁ ନୀତି ଆପଣାଇଥିଲେ ତାହା ସେମାନଙ୍କ ପାଇଁ ବୁମେରାଂ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୈାପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବି ରାଜନୀତି ଚର୍ଚା ଥମିବାର ନା ଧରୁନାହିଁ । ବିଶେଷ କରି କ୍ରସଭୋଟିଂ ର ମାତ୍ରା ବିରୋଧୀ ଦଳର ମୁଖିଆ ମାନଙ୍କୁ ମାନସିକ ଚାପ ଭିତରକୁ ଠେଲିଦେଇଛି । ଓଡ଼ିଶା ଆସାମ, ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଭଳି 13ଟି ରାଜ୍ୟରେ ଭୋଟିଂ ପ୍ରକ୍ରିୟାରୁ କ୍ରସଭୋଟିଂର ଯେଉଁ ଚିତ୍ର ସାମନାକୁ ଆସିଛି ତାହା ବିରୋଧୀଙ୍କୁ ହାରିବାର ଯେତିକି ଦୁଃଖ ତାଠାରୁ ଅଧିକ ଚିନ୍ତା ବଢ଼ାଇଦେଇଛି ।

ଓଡ଼ିଶାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବା ଖୋଲାଖୋଲି କହିଥିଲେ । ଯାହା କି ବିରୋଧୀ ଦଳର ଲକ୍ଷ୍ମଣରେଖା ଡେଇଁଥିବାର ପ୍ରମାଣ ଦେଇଥିଲେ । ଏବେ କଂଗ୍ରେସ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଅନ୍ୟପକ୍ଷେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଥାଇ ସୁପ୍ରିମଙ୍କ ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିଥିଲେ  । କଂଗ୍ରେସ ଆତ୍ମରକ୍ଷା ପାଇଁ ଦଳର ବିଧାୟକ ତାରା ପ୍ରସାଦ ବାହିନିପତୀ ବିଜେପି କ୍ରସ ଭୋଟିଂ କରିଛି ବୋଲି ଆରୋପ କରିଥିଲେ । ତେବେ ଫଳାଫଳକୁ ଦେଖିଲେ କ୍ରସ ଭୋଟିଂ ତାଲିକାରୁ  ଓଡ଼ିଶାରୁ ଗୋଟିଏ କ୍ରସଭୋଟିଂ ହୋଇଥିବା ସ୍ପଷ୍ଟ ହୋଇଛି । ମୋଟ ୧୨୬ ବିଧାୟକଙ୍କ ସମେତ ୧୭ ଅଣ-ଏନ୍‌ଡିଏ ସାଂସଦ ଦଳର ଲକ୍ଷ୍ମଣ ରେଖା ଡେଇଁ ଯଶୋବନ୍ତଙ୍କୁ ଭୋଟ ନଦେଇ ଦ୍ରୈାପଦୀ ମୁର୍ମୁଙ୍କୁ  ମୁର୍ମୁଙ୍କ ଭୋଟ ଦେଇଛନ୍ତି ।

ଏହି କ୍ରମରେ ରହିଛନ୍ତି ଉତ୍ତରାଖଣ୍ଡରେ ୨ ବିଧାୟକ ଯିଏ କି କ୍ରସ ଭୋଟିଂ କରିଛନ୍ତି । ପଞ୍ଜାବ‌ରେ ୨ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି, ପଶ୍ଚିମବଙ୍ଗରେ ଟିଏମ୍‌ସିର ୪ ଜଣ ବିଧାୟକ  ଏବଂ ୪ ଜଣ ସାଂସଦ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଗୋଆରୁ 4 ଜଣ, ରାଜସ୍ଥାନରୁ 5ଜଣ,ବିହାରରୁ 6ଜଣ, ଝାଡଖଣ୍ଡରୁ 10, ଗୁଜରାଟରୁ 10 ଛତିଶଗଡ଼ରୁ ୬ ବିରୋଧୀ ବିଧାୟକ, ଗୋଆରୁ ୪ ଏବଂ ଗୁଜରାଟରୁ ୧୦ ବିରୋଧୀ ବିଧାୟକ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି । ମେଘାଳୟରେ ୭ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି    । ଆସାମରେ ସର୍ବାଧିକ ୨୨ ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି। ମଧ୍ୟପ୍ରଦେଶରେ 19 ବିଧାୟକ କ୍ରସ୍‌ ଭୋଟିଂ କରିଛନ୍ତି।  ମହାରାଷ୍ଟ୍ରରେ ୧୬ ଅଣ ଏନ୍‌ଡିଏ ବିଧାୟକ ମୁର୍ମୁଙ୍କୁ ସମର୍ଥନ ଦେଇଛନ୍ତି ।  ଉତ୍ତରପ୍ରଦେଶରେ ୧୨ ବିଧାୟକ ଦଳ ବିରୋଧରେ ଯାଇ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ମୋଦି ଲଢ଼େଇରେ ଏହି କ୍ରସଭୋଟିଂ ଦଳ ପାଇଁ ସତର୍କ ଘଣ୍ଟି । ଆଗକୁ 2024 ନିର୍ବାଚନ ଆସୁଥିବା ବେଳେ ଦଳ ଭିତରେ କିଛି ଲକ୍ଷ୍ମଣ ରେଖା ରହୁ ଏହା ଚାହୁଁନାହାଁନ୍ତି ବିରୋଧୀ ନିର୍ବାଚିତ ପ୍ରତିନିଧି । ଏପରିକି ମମତା ବାନାର୍ଜୀଙ୍କ ଘୋର ବିରୋଧୀ ଥିବା ରାଜ୍ୟପାଳ ଜଗଦୀପ ଧନଖଡ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଏଥିରେ ମଧ୍ୟ ବିରୋଧୀ ମେଳି ହୋଇପାରିନାହାଁନ୍ତି । ପ୍ରଥମରୁ ମମତା ବାନାର୍ଜୀଙ୍କ ଦଳ ଘୋଷଣା କରିଛି ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ଭାଗ ନେବ ନାହିଁ । ମାନେ ଦଳ କାହାକୁ ଭୋଟ ଦେବନାହିଁ । ଯାହାର ଅର୍ଥ ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ବି ସମର୍ଥନ କରୁନାହାଁନ୍ତି ମମତା ବାନାର୍ଜୀ ।  

ଏହା ସୂଚାଉଛି ଯେ ବିରୋଧୀ ଦଳରେ ମଧ୍ୟ ମୋଦି ଭକ୍ତ ସୂପ୍ତ ଅବସ୍ଥାରେ ରହିଛନ୍ତି । ଯେଉଁମାନେ କି ଏନଡିଏ ନୀତିକୁ ପରୋକ୍ଷରେ ଗ୍ରହଣ କରୁଛନ୍ତି ଏବଂ ପସନ୍ଦ କରୁଛନ୍ତି । ଯାହାର ଉଦାହରଣ ଅତୀତରରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ, ମଣିପୁରରେ ଦେଖିବାକୁ ମିଳିଛି । ଏଥିରୁ ଏହା ହିଁ ଜଳ ଜଳ ଦେଖାଯାଉଛି 2024 ନିର୍ବାଚନ ପୂର୍ବରୁ ମୋଦି ବିରୋଧୀଙ୍କ ମେଳି ଭାଙ୍ଗିଯାଇଛି । ଦେଶରେ ଏବେ ଗୋଟିଏ ସରକାର ସେ ହେଉଛି ବିଜେପି ସରକାର ଏବଂ ଗୋଟିଏ ବିରୋଧୀ ଦଳ ସେ ହିଁ ବିଜେପି । ମୋଦିଙ୍କ ଲକ୍ଷ୍ମଣ ରେଖା ହିଁ ଅସଲି ଗାର ଆଉ ସବୁ ଗାର କେବଳ ପିଲା ଖେଳ । ଯାହାର କିଛି ଚିହ୍ନବର୍ଣ୍ଣ ନାହିଁ ।