ଓଡ଼ିଶା ଆସିବେ ମହାମହିମ
ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି। ମହିମାମହିମଙ୍କ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ ମହାମହିମ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ। ‘ନିଶାମୁକ୍ତ ଓଡ଼ିଶା’ କ୍ୟାମ୍ପେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି। ୪ଟା ୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ। ସନ୍ଧ୍ୟା ୫ଟା ୨୦ରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଗୁରୁବାର ମହୁଲଡ଼ିହାରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମହାମହିମ। ଆସନ୍ତା ୫ ତାରିଖରେ ରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।