ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ପ୍ରଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ କଲେଜ ଛାତ୍ରୀ ଓ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି
ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଉତ୍ସବ ମୁଖର ହୋଇ ଉଠିଛି ତପ୍ତପାଣି l କଡ଼ା ସୁରକ୍ଷା ବଳୟରେ କନ୍ଧୁଣୀ ଦେବୀଙ୍କ ପୀଠରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ମାଆ କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି l ଆଦିବାସୀ ପରମ୍ପରାରେ ରାଷ୍ଟ୍ରପତିଙ୍କ ସ୍ବାଗତ କରାଯାଇଛି । ତପ୍ତପାଣିକୁ ରାଷ୍ଟ୍ରପତିଙ୍କ ଏହା ଐତିହାସିକ ଗସ୍ତ ।
ରାଷ୍ଟ୍ରପତିଙ୍କୁ ଦେଖିବାକୁ ରାସ୍ତା କଡରେ ଅପେକ୍ଷା କରି ରହିଥିଲେ ଲୋକ । ପ୍ରଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ କଲେଜ ଛାତ୍ରୀ ଓ ପିଲାମାନଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ବ୍ରହ୍ମପୁର ମୀନାକ୍ଷୀ ନଗର ଛକରେ ଗାଡ଼ିରୁ ଓହ୍ଲାଇଥିଲେ । ପାଖରେ ରାଷ୍ଟ୍ରପତିଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ ଛାତ୍ରଛାତ୍ରୀ । ଭୁବନେଶ୍ବରରୁ ଟ୍ରେନରେ ଯାଇ ବ୍ରହ୍ମପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ରେଳ ଷ୍ଟେସନରୁ ସଡ଼କ ପଥରେ ଯାଇ ତପ୍ତପାଣିରେ ପହଞ୍ଚିଥିଲେ । ରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।