ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ରୋଡ଼ ସୋ ଦେଖିବାକୁ ମସର୍ଥକଙ୍କ ଭିଡ଼
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରାଯାଇଛି। ମୋଦୀଙ୍କ ସ୍ବାଗତ ପାଇଁ କଳାକାରମାନେ ପ୍ରସ୍ତୁତି ଦେଇଛନ୍ତି। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ପହଞ୍ଚିଛନ୍ତି। ତାଙ୍କର ଏକ ଝଲକ ପାଇବା ପାଇଁ ସମର୍ଥକମାନେ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ହେବାକୁ ଥିବା ରାଲିର ଉଭୟ ପାର୍ଶ୍ବରେ ଅପେକ୍ଷା କରିଥିଲେ। ମୋଦୀଙ୍କ ସମର୍ଥକମାନେ ଉତ୍ସାହିତ ଦେଖାଯାଇଛନ୍ତି। ତ୍ରିରଙ୍ଗା ପତାକା ଦେଖାଇ, ହାତ ହଲାଇ ମୋଦୀଙ୍କୁ ସ୍ବାଗତ କରୁଛନ୍ତି। ସ୍ଥାନେ ସ୍ଥାନେ ପୁଷ୍ପ ବର୍ଷା କରାଯାଉଥିବା ବେଳେ ପାରଂପରିକ ବାଦ୍ୟ ବଜାଇଛନ୍ତି।