ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଉଛି । ଏହି ଯୁବପୀଢିଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ପାଇଁ ମୁଁ ଗର୍ବିତ । ଯୁବପୀଢିଙ୍କ ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସେମାନଙ୍କ ଅଭିଭାବକ ଓ ଶିକ୍ଷକମାନଙ୍କୁ ମଧ୍ୟ ସଫଳତା ଜଣାଉଛି । ଯେଉଁ ପ୍ରତିଭାବାନ ଯୁବପୀଢି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆହୁରି ଭଲ କରି ପାରିଥାନ୍ତେ ବୋଲି ଭାବୁଛନ୍ତି ସେମାନଙ୍କୁ କହିବାକୁ ଚାହୁଁଛି- ଆଗାମୀ ଦିନରେ ଆପଣମାନେ ବହୁତ କିଛି କରିପାରିବେ । ପରୀକ୍ଷାର ଗୋଟିଏ ସେଟ ଆପଣଙ୍କୁ ବ୍ୟାଖ୍ୟା କରିପାରିବ ନାହିଁ । ଆଗ୍ରହ ଥିବା କ୍ଷେତ୍ରରେ ନିଜ ପ୍ରତିଭା ଉପଯୋଗ କରନ୍ତୁ । ଆପଣମାନଙ୍କୁ ନିଶ୍ଚିତ ସଫଳତା ମିଳିବ ।”

ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ପିଲାଙ୍କ ଉତ୍ତମ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବର୍ଷସାରା କଠିନ ପରିଶ୍ରମର ଫଳ ଏବଂ ସଫଳତାକୁ ଉପଭୋଗ କରିବାର ଏକ ସ୍ମରଣୀୟ ଅବସର । କଠୋର ପରିଶ୍ରମ ଏବଂ ଉତ୍ସର୍ଗ ମନୋଭାବ ସମସ୍ତଙ୍କୁ ସଫଳତା ଆଣିଦେଇଛି । ଅନେକ ଛାତ୍ରଛାତ୍ରୀମାନେ ହୁଏତ ନିଜ ଆଶାନୁରୂପକ ସଫଳତା ପାଇପାରିନାହାନ୍ତି । କିନ୍ତୁ ସେମାନେ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ସାମର୍ଥ୍ୟକୁ ନିର୍ଦ୍ଧାରଣ କରେ ନାହିଁ । ଆଗାମୀ ଦିନରେ ପରିଶ୍ରମ ଜାରି ରଖିବା ସହ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିବା ଉଚିତ୍ । ଯେଉଁମାନେ କେବେ ହାର୍ ମାନନ୍ତି ନାହିଁ, ସେମାନଙ୍କୁ ହିଁ ସଫଳତା ପ୍ରାପ୍ତ ହୋଇଥାଏ ।

ବିଗତ ବର୍ଷ ଧରି ଛାତ୍ରୀମାନଙ୍କର ପରୀକ୍ଷାରେ ପ୍ରଦର୍ଶନ ଉଲ୍ଲେଖନୀୟ । ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କ ଠାରୁ ଭଲ କରିଛନ୍ତି । ସମାଜରେ ଛାତ୍ରୀଙ୍କ ଶିକ୍ଷା ପ୍ରତିବନ୍ଧକକୁ ଦୂର କରିବା ଦିଗରେ ଏହା ଏକ ଭଲ ସଙ୍କେତ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।