ମାଆ ଆସିଛନ୍ତି ବୋଲି ସଜେଇ ହୋଇଛି ମନ୍ଦିରମାଳିନୀ ଭୁବନେଶ୍ବର । ସହରର ପ୍ରମୁଖ ଛକ ଛକରେ ବଡ଼ ବଡ଼ ପୂଜା ପେଣ୍ଡାଲ, ଆକାଶଛୁଆଁ ତୋରଣ । ରଙ୍ଗୀନ ଆଲୋକମାଳା ସହ ଭିନ୍ନ ଭିନ୍ନ ଥିମରେ ପେଣ୍ଡାଲ ନିର୍ମାଣ କରିଛନ୍ତି ବିଭିନ୍ନ ପୂଜା କମିଟି । ଖାଲି କଣ ପେଣ୍ଡାଲ,ମୀନା ବଜାର, ଦୋଳି ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ହୋଇଛି । ଯାହାକୁ ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେବେ ପୂଜା ବଜାର ସରଗରମ ଥିବା ବେଳେ ଭିଡ଼ କିନ୍ତୁ ସବୁ ଉତ୍ସାହରେ ପାଣି ଛିଞ୍ଚି ଦେଉଛି । କାରଣ ଭିଡ଼ ଏବଂ ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି । ଯଦିଓ ରାଜଧାନୀଆ ଲୋକ ଚାଲାକର ସହ ନିଜ ନିଜକୁ ସୁଆଇଲା ଭଳି ସମୟରେ ବାହାରୁଛନ୍ତି । କିଏ ଭିଡ ପାଇଁ ଅଧ ରାତିରେ ପୂଜା ପେଣ୍ଡାଲ ବୁଲୁଥିବା ବେଳେ ପୁଣି କିଏ ସକାଳେ ସକାଳେ ବୁଲୁଛି । କିନ୍ତୁ ଯେତେ ଯାହା କଲେ କି ଯେତେବେଳେ ଆସିଲେ ଭିଡ ହିଁ ଭିଡ଼ ଦେଖିବାକୁ ମିଳିଛି । ଏପଟେ ମାଆଙ୍କ ପାଇଁ ଉତ୍ସବର ଭିଡ଼ ଥିବା ବେଳେ ଦଶହରା ବୁଲିବାକୁ କିଏ ନୂଆ ପୋଷାକ କିଣିବାକୁ ତ ପୁଣି କିଏ ଏହାକୁ ମାନିଲା ଭଳି ଚୁଡ଼ି ଓ କାନଫୁଲ ବାଛି ନେବାକୁ ବଜାର ଅଭିମୁଖେ ଛୁଟିଛନ୍ତି । କୋଲକାତା ପରେ କଟକ ଏବଂ କଟକ ପରେ ଏବେ ଭୁବନେଶ୍ବରରେ ମନମତାଣିଆ ତୋରଣ, ମେଢ଼ ହେଉଥିବାରୁ ଭୁବନେଶ୍ବରିଆଙ୍କ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଆସର। ମେଳା ବୁଲା, ଦୋଳି ଖେଳା, ମୀନା ବଜାରରୁ ଭଳିକି ଭଳି ସାମଗ୍ରୀ କିଣା ସାଙ୍ଗକୁ ମେଲୋଡି ମନସ୍କ ହେଲେଣି ସହରିଆ। କିଏ କିଏ ପୂଜା ବଜାରକୁ ଆସୁଥିବା ନୂଆ ନୂଆ ପତ୍ରିକା କିଣିବାକୁ ବି ରାଜଧାନୀ ପତ୍ରିକା ହାଟରେ ଭିଡ଼ କଲେଣି । ପୂଜା ପାଇଁ ଫଳ, ପୂଜା ସାମଗ୍ରୀ କିଣିବାକୁ ପୂଜା ବଜାର ସରଗରମ । ମୋଟ୍ ଉପରେ ମା’ ଜଗତଜନନୀଙ୍କ ପାଇଁ ସହର ଉତ୍ସବମୁଖର ହୋଇଛି । ସେପଟେ ଦଶହରା ପରେ ପରେ କୁମାର ପୂର୍ଣ୍ଣିମା ପଡୁଥିବାରୁ ନୂଆ ପୋଷାକ ପିନ୍ଧିବାକୁ ଝିଅମାନେ ପ୍ରବଳ ଭିଡ଼ ମାର୍କେଟ ବିଲ୍ଡିଂ ଠାରୁ ଆରମ୍ଭ କରି ମଲ୍, ସୋ’ରୁମ୍ରେ ଦେଖିବାକୁ ମିଳିଲାଣି। କିଏ ଦଶହରା ପାଇଁ ପାର୍ଲର ଯାଉଛି ତ କିଏ ପୁଣଇ ଦାଣ୍ଡିଆ ନାଇଟ୍ର ମଜା ନେବାକୁ ବିଭିନ୍ନ ହୋଟେଲ କିମ୍ବା ପଡ଼ିଆକୁ ଧାଉଛି । ମେଳା, ମହୋତ୍ସବ, ବଜାର, ହାଟ, ମଲ ମୁହାଁ ଲୋକେ ହେଉଥିବାରୁ ରାସ୍ତାରେ ମାଳମାଳ ଲୋକ, ଶହଶହ ଗାଡ଼ି । ସଞ୍ଜ ବାଜିଲେ ରାସ୍ତା ଜନସମୁଦ୍ର ପାଲଟୁଥିବା ବେଳେ ଅଧକିଲୋମିଟର ରାସ୍ତା ଯିବାକୁ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଛି। ଆଉ ଏହି ଭିଡ଼ ଲୋକଙ୍କ ପାଇଁ କାଳ ସାଜୁଛି । ଯିଏ ଦିନ ୩ଟାରେ ଘରୁ ବାହାରିଥିବ ପୂଜା ଦେଖିବାକୁ ସିଏ ଗୋଟେ ପେଣ୍ଡାଲ ପାଖରେ ପହଞ୍ଚିବାକୁ ତାକୁ ରାସ୍ତାରେ ୨ ଘଣ୍ଟା କଟିଯାଉଛି । ସେଠି ବୁଲି ସାରି ଆଉ ଏକ ପୂଜା ପେଣ୍ଡାଲ ବୁଲିଯିବା ବେଳକୁ ରାତି ହେଇଯାଉଛି, ଯଦି ଜିଦିରେ ପିଲା ଆଉ ଗୋଟେ ପେଣ୍ଡାଲ ଯିବାକୁ କହିଲେ ତ କଥା ସରିଲା- ଘର ପହଞ୍ଚିବାକୁ ରାତି ଅଧ । ରାତି ପାହି ଯାଉଛି କିନ୍ତୁ ଭୁବନେଶ୍ବରରେ ପୂଜା ପେଣ୍ଡାଲ ବୁଲା ଗୋଟେ ପ୍ରକାର ସରୁନି ଆଉ ତାର ଏକମାତ୍ର କାରଣ କେବଳ ଆଉ କେବଳ ଏଇ ଅସମ୍ଭାଳ ଭିଡ଼ । ଯାହା ଦିନରୁ ରାତି ଯାଏଁ ଲାଗିଛି । ସଞ୍ଜ ହେଲେ ତ ବିଗିଡିଯାଉଛି ପୂରା ସହରର ସ୍ଥିତି ।
Trending
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
- ପୂଜା ପାଇଁ ଭୁବନେଶ୍ବରରେ ଅସମ୍ଭାଳ ଭିଡ଼ , ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ଶ୍ରଦ୍ଧାଳୁ
- ଆସିଲା ବିହାରର ଚୂଡ଼ାନ୍ତ ଭୋଟର ତାଲିକା
- ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ
- ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି
- ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି
- ତାମିଲନାଡ଼ୁ ଦଳାଚକଟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ
- ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
- ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା, ଦଳାଚକଟା ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
Next Post