ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି -ପ୍ରସନ୍ନ ପାଟ୍ଟଶାଣୀ
ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍ଗାର । ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।