ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି। ଏହି ବିଦାୟୀ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି।

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର, ମିଜୋରାମ, କେରଳ ଏବଂ ମଣିପୁରର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପରେ ମିଜୋରାମ ରାଜ୍ୟପାଳ ହରିବାବୁଙ୍କୁ ତାଙ୍କ ସ୍ଥାନରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।