ଓଡ଼ିଶାରେ ହେବ ଅଲିମ୍ପିକ୍ସ ହକି

ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍‌ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି।

ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି। ସେହପରି ମୁମ୍ବାଇରେ କ୍ରିକେଟ, ଭୋପାଳରେ ରୋଇଂ ପୁଣେରେ କାନୋଇଂ/କାୟାକିଂ ଆୟୋଜନର ଯୋଜନା ରହିଛି। ଆୟୋଜକ ସହର ଅହମ୍ମଦାବାଦରେ ଆଥଲେଟିକ୍ସ, ବାସ୍କେଟବଲ, ଭଲିବଲ, ଆକ୍ୱାଟିକ୍‌, ଟେନିସ, ସ୍ପୋର୍ଟ କ୍ଲାଇମ୍ବିଂ, ଅର୍ବାନ ସ୍ପୋଟର୍‌ସ ଓ ଶୁଟିଂ ଆଦି ଇଭେଣ୍ଟର ଆୟୋଜନ ପାଇଁ ପ୍ରସ୍ତାବ ରହିଛି।