ଭୁବନେଶ୍ବର: ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଟିକେଟ ବିକ୍ରି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେଉଛି ଏହି ଟିକେଟ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟରେ ବହୁ ଗହଳି ଦେଖିବାକୁ ମିଳିଛି ଟିକେଟ କିଣିବା ପାଇଁ। ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକେଟ ବିକ୍ରି ହେବ ବୋଲି ଘୋଷଣା ହୋଇଛି। ଟିକେଟ କିଣିବା ପାଇ ଲମ୍ବା ଧାଡି ମଧ୍ୟ ହୋଇଛି । ତେବେ ଏଥର ଟିକେଟ ବିକ୍ରିରେ ଅନିୟମିତତା ପୂର୍ବ ଭଳି ହେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା । କାରଣ ପୂର୍ବରୁ ଟିକେଟ ବିକ୍ରିରେ ସ୍ବଚ୍ଛତା ରହୁନଥିବା ବାରମ୍ବାର ହୋଇଛି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା