ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅରୁଣାଚଳ ସୀମାରେ ଭାରତ-ଚାଇନା ସଂଘର୍ଷକୁ ନେଇ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ସେ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହାକୁ ନେଇ ରାଜନୀତି ସରକାର ଏବଂ ବିରୋଧୀଙ୍କ ମଧ୍ୟ ତର୍କ ବିତର୍କ ଚାଲିଛି । ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର କଡ଼ା ସମାଲୋଚନା କରି କହିଛନ୍ତି ଯେ, ଭାରତ ଏବେ ଯେପରି ଚାଇନା ସୀମାରେ ସୁରକ୍ଷା ବଳ ନିୟୋଜିତ କରିପାରିଛି ତାହା ଆଗରୁ ସେମିତି ହୋଇନଥିଲା । ଚାଇନା ସେନାକୁ ମୁକାବିଲା ପାଇଁ ସୀମାରେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ପୂର୍ବ ସରକାର ସମୟରେ କଣ ହୋଇଥିଲା ତାହା କଂଗ୍ରେସ ନେତାମାନେ ଭଲ ଭାବେ ଜାଣିଛନ୍ତି । ୨୦୨୦ରୁ ଭାରତ ବ୍ୟାପକ ଭାବେ ସୀମାରେ ସୁରକ୍ଷାବାହିନୀଙ୍କୁ ମୁତୟନ କରିଛି। ସୀମାରେ ସେନା କିପରି କାମ କରୁଛି ତାହା ସେନା ହିଁ ଜାଣିଛି । ରାହୁଲ ଗାନ୍ଧୀ ସୀମାକୁ ଯାଇ ପ୍ରଥମେ ସେନା କିପରି କାମ କରୁଛି ଦେଖନ୍ତୁ ପରେ ସେନାର କାମ କୁ ନେଇ ବକ୍ତବ୍ୟ ଦିଅନ୍ତୁ । ଏହା ସହ ଜୟଶଙ୍କର କହିଛନ୍ତି ରାଜନୀତି ହେଉଛି ରାଜନୀତି। ରାହୁଲ କଣ କୁହନ୍ତି ସେ ମଧ୍ୟ ଜାଣନ୍ତି ନାହିଁ । ସୀମାରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ଅଛି ଏହା ସାରା ଦେଶବାସୀ ଜାଣିଛନ୍ତି । ଶତ୍ରୁ ରାଷ୍ଟ୍ର ପକ୍ଷରୁ ଯେକୌଣସି କାର୍ଯ୍ୟକାଳାପକୁ ମୁକାବିଲା କରୁଛନ୍ତି ଭାରତୀୟ ସୈନ୍ୟ । ଚାଇନା ସୀମାରେ ଅନୁପ୍ରବେଶକୁ ଜବାବ ଦେବାକୁ ସେନା ପ୍ରସ୍ତୁତ ରହିଛି । ରାହୁଲ ଗାନ୍ଧି କହିଥିଲେ ଯେ, ରାହୁଲ ଗାନ୍ଧି କହିଥିଲେ ଯେ, ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ ଭାରତ ସରକାର ଶୋଇଛି। ସୈନିକମାନେ ମାଡ଼ ଖାଉଛନ୍ତି ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Next Post