ବାହାନଗା ରେଳ ଦୁର୍ଘଟଣା ମାମଲା: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ

ଭୁବନେଶ୍ୱର: ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୫ ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିବାବେଳେ ୪ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ କରିଥିଲା ପଚରାଉଚରା । କମିଶନର ଅଫ ରେଲଓ୍ୱେ ସେଫ୍ଟିଙ୍କ ରିପୋର୍ଟ ଅନୁଯାୟୀ ଜେରା କରାଯିବ ।  ବାହାନଗା ରେଳ ଦୁର୍ଘଟଣା ମାମଲାରେ  ସିଗିନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରିଥିଲା ।  କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗ୍ନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏ ସମ୍ପର୍କରେ ସିଗ୍ନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ । ସେପଟେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡ ଅବଧି ଭିତରେ ମୁହାଁମୁହିଁ ଜେରା କରାଯାଇଥିଲା । ତେବେ ଆହୁରି କିଛି ସୂଚନା ପାଇଁ ପୁଣି ରିମାଣ୍ଡରେ ନେଇଛି ସିବିଆଇ ।