ବେଗୁନିଆରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ : ବୋଲଗଡ ବାସିନ୍ଦା କୃତଜ୍ଞତା ଜଣାଇଲେ
ବେଗୁନିଆରେ ନିର୍ମାଣ ହେବ ୧୦୦ଶଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ମେଡିକାଲ୍। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବେଗୁନିଆରେ ଖୁସିର ଲହରୀ ଖେଳିଯାଇଛି । ବିଧାୟକ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ବୋଲଗଡ ବାସିନ୍ଦା । ଅଗଷ୍ଟ ୨୨ ତାରିଖରେ ବେଗୁନିଆଗସ୍ତରେ ଜନ ଶୁଣାଣି ସମୟରେ 5t ସଚିବ ଭି କେ ପାଣ୍ଡିଆନ ଗସ୍ତ କରିଥିଲେ । ବେଗୁନିଆରେ ସିଏଚସି ପାଇଁ ଅନୁରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରି ଖୁସି ଖବର ପାଇବେ ବୋଲି 5t ସଚିବ ପ୍ରତିଶ୍ରୁତି ଦେଇଥିଲେ । ଧନ୍ୟବାଦ ଚାରି କୋଟି ଜନ ମାନସର ନେତା । ବେଗୁନିଆରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପ ଜିଲ୍ଲାସ୍ତରୀୟ ଡାକ୍ତରଖାନା । ଦାବି ଉପସ୍ଥାପନର ମାତ୍ର ଦୁଇ ମାସ ମଧ୍ୟରେ ସମାଧାନ । ବୋଲଗଡ-ବେଦୁନିଆ ବାସିନ୍ଦାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ଦେଇଛନ୍ତି ଦଶହରା ଭେଟି । କଥା ଦେଇ କଥା ରଖିଛନ୍ତି 5T ସଚିବ ଭି କେ ପାଣ୍ଡିଆନ୍ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବେଗୁନିଆରେ ୧୦୦ଶଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ମେଡିକାଲ୍ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖୁସିରେ ବିଭୋର ବୋଲଗଡ-ବେଗୁନିଆ ବାସିନ୍ଦା । ବୁଧବାର ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ବରେ ମହିଳା, ଯୁବ, ଛାତ୍ର, ମିଶନ ଶକ୍ତି, ବରିଷ୍ଠ ନାଗରିକଙ୍କ ସମେତ ବୋଲଗଡ ବାସିନ୍ଦା ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।