ଓକିଲ ଆନ୍ଦୋଳନ ଘଟଣାରେ ୩୨ ଜଣ ଓକିଲ ଜେଲ୍‌ଗଲେ

ସମ୍ବଲପୁର : ସୁପ୍ରିମକୋର୍ଟଙ୍କ ଫଟକାର ପରେ ପୁଲିସ ଏବେ ଓକିଲମାନଙ୍କୁ ଗିରଫ କରି ଜେଲ ପଠାଉଛି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ଘଟଣାରେ ଓକିଲ ଓ ସାଧାରଣ ଲୋକଙ୍କ ଗିରଫଦାରି ଜାରି ପୋଲିସ କରୁଛି । ଗୁରୁବାର ସୁଦ୍ଧା ୧୨ ଆନ୍ଦୋଳନ ଓ ଭଙ୍ଗାରୁଜା ‌ଘଟଣାରେ ମୋଟ ଗିରଫଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ଜଣାପଡିଛି। ପୂର୍ବରୁ ୧୫ ଜଣ ଆଇନ୍‌ଜୀବୀଙ୍କୁ ଗିରଫ କରା ଯାଇଥିଲାବେଳେ ଗୁରୁବାର ଆଉ ୧୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।