୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା
ଭୁବନେଶ୍ବର: ଭାରତ ଯୋଡୋ ଯାତ୍ରାର ସଫଳତାକୁ ନେଇ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବାବେଳେ ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ନେଇ ତାରିଖ ସ୍ଥିର କରାଯାଇଛି । ସେ କହିଛନ୍ତି, ଭାରତ ଯୋଡ ଯାତ୍ରା ପାଇଁ ଆମେ ସମସ୍ତ ଦିନ ଠିକ କରିବା ସହ ପୋଷ୍ଟର ରିଲିଜ କରାଯାଇଛି। ଏହି ଯାତ୍ରା ଆଇ ଜି ପାର୍କରୁ ଆରମ୍ଭ ହୋଇ ଫୁଲନଖରାର ଲକ୍ଷେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିବ। ପରେ ଦିନକୁ ୨୦ କିମି ଚାଲିବ କଂଗ୍ରେସର ପଦଯାତ୍ରା। ୨୭ଟି ଜିଲ୍ଲାରେ ଏହି ପଦଯାତ୍ରା ହେବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ୨ ଓ଼ ୩ତାରିଖ ପଦଯାତ୍ରା ବନ୍ଦ ରହିବ ବୋଲି ସେ କହିଛନ୍ତି । କଂଗ୍ରେସର ବିଭିନ୍ନ ସେଲ ସହ ଏସ ଏସ ଜି ମହିଳା, ବୁଦ୍ଧିଜୀବୀ ଓ଼ କ୍ରୀଡାବିତଙ୍କୁ ଏହି ଯାତ୍ରା ସମୟରେ ବରିଷ୍ଠ ନେତାମାନେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବ କଂଗ୍ରେସ। ଏହି ଯାତ୍ରାରେ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ।