ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ
ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ପୁରସ୍କାର ଓଡ଼ିଶାବାସୀଙ୍କ ଲାଗି ଉତ୍ସର୍ଗୀକୃତ କରୁଛି। ମୋ ପ୍ରତି ଥିବା ସେମାନଙ୍କ ବିଶ୍ୱାସ ହିଁ ଏଥିପାଇଁ ବଡ଼ ପ୍ରେରଣା ଆଣିଦେଇଛି। ଓଡ଼ିଶାକୁ ସଶକ୍ତିକରଣ ପାଇଁ କାମ କରିବାକୁ ଉତ୍ସାହ ଯୋଗାଇଛି।’। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଏନ୍. ଭି. ରମନ୍ନାଙ୍କ ହାତରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ।
ଏ