ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ପବିତ୍ର ଦିବସ ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ଆଜି ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଚାଷୀମାନେ ଆଜିର ଦିନରେ ଅଖିମୁଖି ଅନୁକୂଳ କରିଥାନ୍ତି । ଏହି ଅବସରରେ  ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 ମୁଖ୍ୟମନ୍ତ୍ରୀ ହାତରେ ଲଙ୍ଗଳ ଧରି ଅଖିମୁଠି ଅନୁକୂଳ କରିଛନ୍ତି।  କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଯୋଗ ଦେଇଥିଲେ ।