IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ଉତ୍ତରାଖଣ୍ଡ ମସୁରୀରେ ସ୍ଥିତ ଜାତୀୟ ପ୍ରଶାସନିକ ଏକାଡେମୀରେ ଅନିମେଶ ପ୍ରଧାନ ଆଇଏଏସ ଟ୍ରେନିଂ ନେଉଛନ୍ତି । ତାଲିମ ସରିଲା ପରେ ସେ ଓଡ଼ିଶା ଆସି କାର୍ୟ୍ୟରେ ଯୋଗଦେବେ । ସେହିପରି ୨୪ ନଂବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦ ଗିରି ମଧ୍ୟ ଓଡ଼ିଶାରେ ତାଙ୍କର ପ୍ରଶାସନିକ ସେବା କରିବେ । ତାଙ୍କ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ୪୦୯ ନମ୍ୱର ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ର, ୫୪ ରାଙ୍କରେ ଥିବା ହରିୟାଣାର କଶିସ୍‌ ବକ୍ସି, ୬୮ ନମ୍ୱର ରାଙ୍କର ଥିବା କେରଳର କସ୍ତୁରୀ ସାଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି ।