ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ନିତ୍ୟା ଖଣ୍ଡେଲୱାଲଙ୍କର ମନଲୋଭା ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶନରେ ଦିଲ୍ଲୀର ଦର୍ଶକମାନେ ମନ୍ତ୍ରମୁଗ୍ଧ ହେବା ସହିତ ତାଙ୍କର ଘୁଙ୍ଗୁରର ତାଳେ ତାଳେ ହଜ୍ଜି-ମଜ୍ଜି ଝୁମିବାରେ ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା। ନିକଟରେ ଡେନମାର୍କଠାରେ ଅବସ୍ଥାପିତ ଓଡ଼ିଆ ଝିଅ ନିତ୍ୟା ଜାତୀୟ ରାଜଧାନୀର ତ୍ରିବେଣୀ କଳା ସଙ୍ଗମଠାରେ ତାଙ୍କର ମଞ୍ଚ ପ୍ରବେଶ ନୃତ୍ୟ କାର୍ଯ୍ୟକ୍ରମ ‘ଅରଂଗେତ୍ରମ’ ପରିବେଷଣ କରିଥିଲେ। ନିତ୍ୟାଙ୍କର ରସ ଓ ଲାସ୍ୟ ଭରା ନୃତ୍ୟ ପ୍ରସ୍ତୁତି, ତାଙ୍କର ଅନନ୍ୟ ପ୍ରତିଭା ଏବଂ ଅଜସ୍ର ପାରଦର୍ଶିତାର ସ୍ୱାକ୍ଷର ବହନ କରୁଥିଲା । ଖଚାଖଚ୍ ଭରି ଥିବା ତ୍ରିବେଣୀ ପ୍ରେକ୍ଷାଳୟରେ ଦର୍ଶକମାନେ ତାଙ୍କର ପ୍ରତ୍ୟେକ ପ୍ରସ୍ତୁତିକୁ ମନଭରି ଉପଭୋଗ କରିବା ସାଙ୍ଗକୁ ତାଳିର ଗହଗହ ନାଦରେ ତାଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା। ନିତ୍ୟାଙ୍କର ରଙ୍ଗମଞ୍ଚ ଉପରେ ଏହି ପ୍ରଥମ ଏକକ ନୃତ୍ୟ ପରିବେଷଣ, ଉଭୟ ସାଧାରଣ କଳା ପ୍ରେମୀ ଏବଂ ସଂସ୍କୃତି ସମାଲୋଚକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିବା ଜଣାଯାଇଛି ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Next Post