ଆସନ୍ତା ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା
ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା ମାର୍ଚ୍ଚ ୭ ଯାଏ ଚାଲିବ। ଏପ୍ରିଲ ୨୬ ସୁଦ୍ଧା ପରୀକ୍ଷା କେନ୍ଦ୍ରର ନାମ ଘୋଷଣା ହେବ ଓ ମେ ୧ରେ ଆଡ୍ମିଟ କାର୍ଡ ଉପଲବ୍ଧ ହେବ।