ମୋଦିଙ୍କୁ ପ୍ରଶଂସା କଲେ ନବୀନ କହିଲେ ବିକାଶଧାରାରେ ଆଗେଇ ଚାଲିଛି ଓଡ଼ିଶା
ଭୁବନେଶ୍ବର: ଡ଼ିଶା ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ତା’ର ପରିଚୟ ସୃଷ୍ଟି କରିଛି। ଓଡିଶାର କଳା, ସଂସ୍କୃତି ଓ ପରମ୍ପରାରେ ନିଆରା। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ବହୁ ଦୁର୍ବିପାକରେ ସମ୍ମୁଖୀନ ହୋଇଆସିଛି। ତାସତ୍ବେ ରାଜ୍ୟରେ ବିକାଶ ଧାରାରେ କେବେବି ବ୍ରେକ ଲାଗିନି । ଭୁବନେଶ୍ୱରରେ ’ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ପକ୍ଷରୁ ଆୟୋଜିତ ହୋଇଥିବା ’ଅ’ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୧୯୯୯ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ କହିଥିଲେ ଓଡ଼ିଶା ସେ ସବୁ ଭୁଲି ବିକାଶ ପଥରେ ଆଗେଇ ଚାଲିଛି । କଳିଙ୍ଗ ଯୁଦ୍ଧ ଓଡ଼ିଶାର ଇତିହାସକୁ ନୂଆ ଦିଗ ଦେଇଥିଲା । ତାପରେ ଶାନ୍ତି ଓ ଅହିଂସାର ବାର୍ତ୍ତାକୁ ଓଡ଼ିଶାର ନିଜର ଧର୍ମ ବୋଲି ମାନିଥିଲା । ଆଜି ପର୍ଯ୍ୟନ୍ତ ରାଜ୍ୟରେ ଶାନ୍ତି ଓ ଅହିଂସା ଜାରି ରହିଛି । ଦିନ ଥିଲା ଓଡ଼ିଆ ଭାଷାକୁ କେହି ଏକ ଭିନ୍ନ ଭାଷା ବୋଲି ଭାବୁନଥିଲେ । କିନ୍ତୁ ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ଗଭୀର ପ୍ରଭାବ ରହିଛି । ସବୁ ଧର୍ମ ଓ ସବୁ ସଂସ୍କୃତି ଓଡ଼ିଶା ସମ୍ମାନ କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।