ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଲେ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

ଭିକେ ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି । ୧୦ ମାସ ହେଲାଣି ପାଣ୍ଡିଆନ ଦଳ ଛାଡିଲେଣି । ବର୍ତ୍ତମାନ ସେ ଦଳୀୟ କାର୍ୟ୍ୟରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ କେସରେ ଜେଲ ଯାଇଥିଲେ । ଦଳରୁ ପ୍ରଭାତ ବହିଷ୍କୃତ ହୋଇଥିଲେ । ସେ ଦଳର କିଛି ନୁହେଁ ।

Leave a comment