MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା ,ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ

MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ପୋଡ଼ି ହେବା ଘଟଣା । ଚିକିତ୍ସାଧୀନ ଅବସ୍ଥାରେ କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ତାଙ୍କର ଦେହାନ୍ତ ଘଟିଥିବା ଭଉଣୀ ଦେଲେ ସୂଚନା । ଶରୀରର ୯୦ ପ୍ରତିଶତ ପୋଡି ଯିବା ପରେ ଭୁବନେଶ୍ବର ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିଲେ । ୨ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟରରେ ଥିଲେ। MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ପରେ ବର୍ଷିଲେ ପରିବାର । ବ୍ରହ୍ମପୁର ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କଲା ପରିବାର । ପତ୍ନୀ ଓ ଶାଳକଙ୍କ ବିରୋଧରେ ଆକ୍ସନ ନହେବାରୁ ଅସନ୍ତୋଷ । ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ଦେଖିବାକୁ ଆସିନଥିବା ଅଭିଯୋଗ ।

ପ୍ରଥମେ ପ୍ରେମ, ପରେ ବିବାହ, ପୁଣି ପରକୀୟା ପ୍ରୀତି । ବୁଢ଼ିଆଣୀର ଅଡ଼ୁଆ ଜାଲରେ ଛନ୍ଦି ହୋଇଯାଇଛି ଏକ ପ୍ରେମ କାହାଣୀର କରୁଣ ପରିଣତି । ବ୍ରହ୍ମପୁରର OMV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କ କଥା କିଛି ଏମିତି । ଯିଏ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରି ଶେଷରେ ହାରିଯାଇଛନ୍ତି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା । MV କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆଙ୍କୁ ତାଙ୍କ ସ୍ତ୍ରୀ ଓ ଶାଳକ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଆଶୁତୋଷଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏମିତିକି ଆଶୁତୋଷଙ୍କ ପତ୍ନୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କହିଥିଲେ ଆଶୁତୋଷଙ୍କ ପରିବାର ଲୋକ । ଅନ୍ୟପଟେ ପତ୍ନୀଙ୍କ ପରକୀୟା ପ୍ରୀତିକୁ ନେଇ ଆଶୁତୋଷଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଥିବା ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ସାମ୍ନାକୁ ଆସିଥିଲା ଏକ ଭାଇରାଲ୍ ଅଡିଓ । ଯେଉଁଥିରେ ଆଶୁତୋଷଙ୍କ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ସହ କିଛି କଥାବାର୍ତ୍ତା ହେଉଥିବାର ଶୁଣିବାକୁ ମିଳିଥିଲା ।

ପ୍ରଥମେ ପରସ୍ପରକୁ ଭଲ ପାଇଥିଲେ ଆଶୁତୋଷ ଓ ତାଙ୍କ ପତ୍ନୀ । ପତ୍ନୀଙ୍କୁ ଆଶୁତୋଷ ଏତେ ଭଲ ପାଉଥିଲେ ଯେ, ନିଜ ଛାତିରେ ଟାଟୁ କରି ତାଙ୍କ ନାଁ ଲେଖିଥିଲେ । ୨୦୨୫ ଫେବ୍ରୁଆରୀରେ ଉଭୟ ବିବାହ କରିଥିଲେ । ବାହାଘର ପରେ ସେମାନେ ବିଜିପୁର ପୋଲିସ କ୍ବାର୍ଟର୍ସରେ ରହୁଥିଲେ । କିଛି ଦିନ ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଆରମ୍ଭ ହୋଇଥିଲା ବିବାଦ । ଏମିତିକି ପତ୍ନୀଙ୍କ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ପୂର୍ବରୁ ଜେଲ୍ ଯାଇଥିଲେ ଆଶୁତୋଷ । ପରେ ଜାମିନରେ ମୁକୁଳିଥିଲେ । ଜୁନ୍ ୫ ତାରିଖ ଅର୍ଥାତ୍ ଗତ ଶୁକ୍ରବାର ରାତି ୯ଟା ୨୩ ମନିଟ୍‌ରେ ବିଜିପୁର ସ୍ଥିତ ତାଙ୍କ ପତ୍ନୀଙ୍କ କ୍ବାର୍ଟର୍ସକୁ ଯାଇଥିଲେ । ହେଲେ ୯ଟା ୨୯ ମିନିଟ୍‌ରେ ଆଶୁତୋଷଙ୍କ ଦେହରେ ନିଆଁଲାଗି ସେ ଜଳୁଥିଲେ । ଜୀବନ ବିକଳରେ ଆଶୁତୋଷ ସେଠାରୁ ଦୌଡ଼ି ଯାଇ ଅନ୍ୟ ଜଣଙ୍କ ଘରେ ପଶିଯାଇଥିଲା । ସେହି ଘରର ଲୋକେ ତାଙ୍କ ଉପରେ ପାଣି ଢ଼ାଳି ନିଆଁ ଲିଭାଇଥିଲେ । ଏହା ପରେ ଆମ୍ବୁଲାନ୍ସରେ ଆଶୁତୋଷଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏହି ୬ ମିନିଟ୍ ଭିତରେ ସେଠାରେ କ’ଣ ଘଟିଲା ତାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ସନ୍ଦେହ । ବ୍ରହ୍ମପୁର ଏସ୍‌ପି କହିଥିଲେ ଆଶୁତୋଷଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଶୁତୋଷଙ୍କ ବୟାନ ରେକର୍ଡ ବି କରାଯାଇଥିଲା ।

Leave a comment