ଦୈନିକ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନ ମାନଙ୍କରେ ଅଧିକ କୋଚ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡୁଥିବା ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅଧିକ କୋଚ୍ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି |
ସମ୍ବଲପୁରରୁ ଛାଡୁଥିବା ଟ୍ରେନ୍:
ସମ୍ବଲପୁରରୁ ଛାଡୁଥିବା 18311/18312 ସମ୍ବଲପୁର-ବନାରସ-ସମ୍ବଲପୁର ଏକ୍ସପ୍ରେସ 1 ଜାନୁଆରୀ, 2023 ଠାରୁ ଏବଂ ବନାରସରୁ 2 ଜାନୁୟାରୀ, 2023 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି -3 ଟାୟାର ଏବଂ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ | କୋଚ୍ ସଂଯୋଗ ପରେ, ଏହି ଟ୍ରେନ୍ 19 କୋଚ୍ ପରିବର୍ତ୍ତେ 21 କୋଚ୍ ସହିତ ଚଳାଚଳ କରିବ |
ସମ୍ବଲପୁରରୁ ଛାଡୁଥିବା 22804/22803 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଭାୟା ଅନୁଗୁଳ ଏବଂ ଭଦ୍ରକ ଟ୍ରେନ ରେ 6 ଜାନୁଆରୀ, 2023 ଠାରୁ ସମ୍ବଲପୁରରୁ ଏବଂ 7 ଜାନୁଆରୀ, 2023 ଠାରୁ ଶାଲିମାରରୁ ସ୍ଥାୟୀ ଭିତ୍ତିରେ ପ୍ରତ୍ୟେକ ଗୋଟିଏ କରି ଅତିରିକ୍ତ ଏସି -3 ଟାୟାର ଏବଂ ଗୋଟିଏ ସ୍ଲିପର କ୍ଲାସ୍ କୋଚ୍ ସହିତ ବୃଦ୍ଧି କରାଯିବ | ବୃଦ୍ଧି ପରେ, ଏହି ଟ୍ରେନ୍ ପୂର୍ବ 19 କୋଚ୍ ପରିବର୍ତ୍ତେ 21 କୋଚ୍ ସହିତ ଚାଲିବ |
ଭୁବନେଶ୍ୱରରୁ ଛାଡୁଥିବା ଟ୍ରେନ୍:
ଭୁବନେଶ୍ୱରରୁ ଛାଡୁଥିବା 12892/12891 ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ 15 ଡିସେମ୍ବର, 2022 ଠାରୁ ଏବଂ ବାଙ୍ଗିରିପୋସିରୁ 16 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ସଂରକ୍ଷିତ କୋଚ୍ ସହିତ ଚଳାଚଳ କରିବ | ଏହି କୋଚ ସଂଯୋଗ ପରେ , ଏହି ଟ୍ରେନ୍ 14 କୋଚ୍ ପରିବର୍ତ୍ତେ 15 କୋଚ୍ ସହିତ ଚଳାଚଳ କରିବ |
12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସରେ ଉଭୟ ଦିଗରୁ 15 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ତିନିଟି ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ସଂଯୋଗ କରାଯିବ | ଅତିରିକ୍ତ କୋଚ୍ ସଂଯୋଗ ପରେ, ଏହି ଟ୍ରେନ୍ ପୂର୍ବର 12 କୋଚ୍ ପରିବର୍ତ୍ତେ 15 କୋଚ୍ ସହିତ ଚଳାଚଳ କରିବ |
ପୁରୀରୁ ଛାଡୁଥିବା ଟ୍ରେନ୍:
12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ 26 ଡିସେମ୍ବର, 2022 ଠାରୁ ଏବଂ ନୂଆଦିଲ୍ଲୀରୁ 28 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର୍ କୋଚ୍ ସଂଯୋଗ କରାଯିବ | ଏହି ଟ୍ରେନ୍ ପୂର୍ବର 20 କୋଚ୍ ପରିବର୍ତ୍ତେ 21 କୋଚ୍ ସହିତ ଚଳାଚଳ କରିବ |
12815/12816 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) – ପୁରୀ ନନ୍ଦନକାନନ ଏକ୍ସପ୍ରେସ ପୁରୀରୁ 29 ଡିସେମ୍ବର, 2022 ଠାରୁ ଏବଂ ଆନନ୍ଦ ବିହାରରୁ 31 ଡିସେମ୍ବର, 2022 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର୍ କୋଚ୍ ସଂଯୋଗ କରାଯିବ | ଏହି ଟ୍ରେନ୍ ପୂର୍ବର 21 କୋଚ୍ ପରିବର୍ତ୍ତେ 22 କୋଚ୍ ସହିତ ଚଳାଚଳ କରିବ |
12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀରୁ ନୀଳାଚଳ ଏକ୍ସପ୍ରେସ ପୁରୀରୁ 30 ଡିସେମ୍ବର, 2022 ଠାରୁ ଏବଂ ଆନନ୍ଦ ବିହାରରୁ 1 ଜାନୁଆରୀ, 2023 ଠାରୁ ସ୍ଥାୟୀ ଭିତ୍ତିରେ ଗୋଟିଏ ଅତିରିକ୍ତ ଏସି-2 ଟାୟାର୍ କୋଚ୍ ସଂଯୋଗ କରାଯିବ | ଏହି ଟ୍ରେନ୍ ପୂର୍ବର 21 କୋଚ୍ ପରିବର୍ତ୍ତେ 22 କୋଚ୍ ସହିତ ଚଳାଚଳ କରିବ |
18410/18409 ପୁରୀ-ଶାଲିମାର-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀ ଠାରୁ 1 ଜାନୁଆରୀ, 2023 ରୁ ଏବଂ ଶାଲିମାରରୁ 2 ଜାନୁଆରୀ, 2023 ରୁ ସ୍ଥାୟୀ ଭିତ୍ତିରେ ଦୁଇଟି ଅତିରିକ୍ତ ସ୍ଲିପର୍ କ୍ଲାସ୍ କୋଚ୍ ସହିତ ଚଳାଚଳ କରିବ | ଏହି ଟ୍ରେନ୍ ପୂର୍ବ 20 କୋଚ୍ ପରିବର୍ତ୍ତେ 21 କୋଚ୍ ସହିତ ଚଳାଚଳ କରିବ |