ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
ରାଜ୍ୟରେ ଗତ ୪ଦିନ ହେଲାଣି ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ କରୁଥିବାରୁ ଲୋକମାନେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । କହିଲେ ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି କଂଗ୍ରେସ ଏସବୁ କରୁଛି । କାହା କଥାରେ ପଡି ପଥଭ୍ରଷ୍ଟ ନହେବା ପାଇଁ ଡ୍ରାଇଭରଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।
ଆନ୍ଦୋଳନ ଜାରି ରହିଥିବାରୁ ପେଟ୍ରୋଲ ଡିଜେଲ, ଓ ଅନ୍ୟାନ୍ୟ ଜରୁରୀ ସେବା ଗୁଡିକ ଆସିପାରୁନଥିବାରୁ ଲୋକମାନେ ଅସୁବିଧାରେ ପଡିବେ । ଏଥିପାଇଁ ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କରିଛନ୍ତି । ସେମାନଙ୍କ ଦାବି ଉପରେ ସରକାର ଆଲୋଚନା କରି ସମାଧାନ କରିବାକୁ କୁହାଯାଇଛି । ଏହା ପରେ ଉଦ୍ଦେଶ୍ୟ ମୂଳକ ଭାବରେ ଆନ୍ଦୋଳନ ଜାରି ରଖିବାକୁ ନେଇ ନିନ୍ଦା କରିଛନ୍ତି ବିଭାଗୀୟ ମନ୍ତ୍ରୀ ।