CRPF କ୍ଯାମ୍ପ ଉପରେ ଲାଲବାହିନୀର ଆକ୍ରମଣ
ଯବାନଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ମାଓବାଦୀ । ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ଜେଡି ପାଲି ଠାରେ ନୂତନ ଭାବେ ସ୍ଥାପନ ହୋଇଥିବା CRPF କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ । ଶତାଧିକ ମାଓବାଦୀ CRPF କ୍ୟାମ୍ପ ନିକଟରେ ପହଞ୍ଚି ରକେଟ ବୋମା, ବିୟର ବୋତଲ ବୋମା, ଫିଙ୍ଗିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ ।