ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର

ରାସ୍ତାକଡ଼ରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ରୁପାଲି ଛକ ନିକଟରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ରାସ୍ତା ଉପରେ ହୋଇଥିବା ଜବରଦଖଲ ସହ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନାକୁ ଦେଖି ବିରକ୍ତ ହୋଇଥିଲେ ସୁଲୋଚନା ଦାସ । କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କ ଉପରେ ବର୍ଷିଥିଲେ ।

କେଉଁଠି ଭଙ୍ଗା ଅଟୋ ତ ଆଉ କେଉଁଠି ପାର୍କ ଭିତରେ ଗଦା ହୋଇଛି। କିଏ ପାର୍କ ମାଡ଼ି ବସି ସର୍ଭିସଂ ସେଣ୍ଟର କରିଛି ତ ଆଉ କେଁଠି ରାସ୍ତା ଉପରେ ଜବରଦଖଲ କରି ବୋଇନ ଭାବେ ଗଢି ଉଠିଛି ଦୋକାନ ଘର। ସରକାରୀ ଜାଗାରେ ହୋଇଥିବା ସର୍ଭିସ ସେଣ୍ଟରକୁ ସିଲ କରିଦେଇଛି BMC । ପରିମଳ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଖୋଦ ସହର କେନ୍ଦ୍ରସ୍ଥଳ ରୂପାଲି ଛକ ନିକଟରେ କାହିଁକି ସଫା ହେଉନି ବୋଲି ଅଧିକାରୀଙ୍କୁ ତାଗିଦ୍ କରିବା ସହ ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

Leave a comment