ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ପ୍ରଶାସନ ଅନୁମତି ଦେଇଛି । ତେଣୁ ଧବଳେଶ୍ୱର ପୀଠ ସହ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିବ । ଏଥିପାଇଁ ଆଠଗଡ ଉପଜିଲ୍ଲପାଳ ତଥା ଦେବୋତ୍ତର କମିସନର ହେମନ୍ତ କୁମାର ସ୍ୱାଇଁଙ୍କ ସହ ପୂଜକ ସମିତିର ମିଳିତ ବୈଠକ ବହୁ ପୂର୍ବରୁ ଶେଷ ହୋଇଛି । ଧବଳେଶ୍ୱରରେ ଚଳିତ ବର୍ଷ ଲକ୍ଷାଧିକ ସଂଖ୍ୟାରେ କାଉଡିଆଙ୍କ ସମାଗମ ହେବା ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଝୁଲା ପୋଲ ପାଶ୍ୱର୍ରୁ ବ୍ୟାରିକେଡ୍ କରାଯାଇଛି ।ଏଥିସହିତ ପୀଠର ପଶ୍ଚିମ ପାଶ୍ୱର୍ରୁ ବ୍ୟାରିକେଡ୍ ଯୋଗେ କାଉଡିଆମାନେ ଯିବା ସହିତ ହୋଟେଲ ନିରୂପମା ପାଶ୍ୱର୍ ଦେଇ ମନ୍ଦିରକୁ ପ୍ରବେଶ କରି ଭୋଗ ମଣ୍ଡପରେ ଥିବା ଲିଙ୍ଗରେ ପାଣି ଢାଳିବେ ।କିନ୍ତୁ ଚଳିତ ବର୍ଷ ଧବଳେଶ୍ବର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ। ଶ୍ରାବଣ ମାସରେ ଧବଳେଶ୍ୱର ପୀଠକୁ କାଉଡ଼ଇାମାନେ ବାହୁଙ୍ଗି ଆଣିବାକୁ ବାରଣ କରାଯାଇଛି। ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ଇା ବାହୁଙ୍ଗି ନେଇପାରିବେ। ହେଲେ ଆଉ ଭିତରକୁ ନେଇପାରିବେନାହିଁ ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ