ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଆହ୍ୱାନ କ୍ରମେ ୧୨ ଦଫା ଦାବି ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶବ୍ୟାପୀ ମାର୍ଚ୍ଚ ୨୮-୨୯ ଦୁଇଦିନ ଧରି ସାଧାରଣ ଧର୍ମଘଟର ସଫଳତା ପାଇଁ ରବିବାର ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବୈଠକରୁ ଏହି ବୈଠକ ପର୍ଯ୍ୟନ୍ତ କାର୍ଯ୍ୟ ବିବରଣୀ ସହ ଦେଶର ଶ୍ରମିକ ଶ୍ରେଣୀ ଓ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆକ୍ରମଣ ଚଳାଇ ଜବୀନଧାରଣକୁ ଦୃର୍ବି ସହ କରିଥିବାରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ଭିତ୍ତିତ୍ର ଉପସ୍ଥାପନ କରିଥିଲେ ।

ଏହି ବୈଠକରେ ରାଜ୍ୟ ଉପସଭାପତି ଏନ୍. ନାରାୟଣ ରେଡ଼ି, କିଶୋର ଜେନା, ସୁର ଜେନା, ମିତ୍ରଭାନୁ ପୋଢ, ସୁରେନ୍ଦ୍ର ଶର୍ମା, ଜୟନ୍ତ ଦାସ, ସତ୍ୟବାଦୀ ଦାଗ, ଚତୁର୍ଭୁଜ ଦାସ, ଶ୍ୟାମସୁନ୍ଦର ଜେନା, ସୌଦାମିନୀ ଦାଶ, ନମିତା ସାହୁ, ମାତିଲଦା କୁଲ୍ଲୁ, କମଲ କୁମାର ଷଣ୍ଡ, ସିଭିଏନ୍ ରାଓ, ମନୋଜ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ