ମନ କି ବାତରେ ଓଡ଼ିଶା କଥା

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ୧୨୪ତମ ସଂସ୍କରଣ। ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦୀ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଦେବା ସହ ମହାକାଶରେ ଶୁଭାଂଶୁ ଶୁକ୍ଳାଙ୍କ ସଫଳତାକୁ ବଖାଣିଛନ୍ତି। ଶୁଭାଂଶୁ ସୁରକ୍ଷିତ ଭା​‌ବେ ମହାକାଶରୁ ଫେରିବା ବିଷୟରେ ଦେଶବାସୀ ଖୁସିରେ ଝୁମିଥିଲେ। ସମସ୍ତଙ୍କ ହୃଦୟରେ ଖୁସିର ଲହରୀ ଖେଳି ଯାଇଥିଲା। ଦେଶବାସୀ ଗର୍ବ ଅନୁଭବ କରିଥିଲେ। ୧୯୦୫ ମସିହା ଅଗଷ୍ଟ ୭ ତାରିଖରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଥିଲା। ସ୍ଵଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ, ବିଶେଷ କରି ହସ୍ତତନ୍ତରେ ନୂତନ ଶକ୍ତି ସଂଚାର କରିଥିଲା।  ଏହି ସ୍ମୃତିରେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ସାରା ଦେଶରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ହୋଇଥାଏ। ବୟନ ଶିଳ୍ପ ଦେଶର ଏକ ଶକ୍ତି ପାଲଟିଛି। ପୂର୍ବରୁ ବୟନ ଶିଳ୍ପ ନେଇ କୌଣସି ସୁବିଧା ସୁଯୋଗ ନଥିଲା।  ମହାରାଷ୍ଟ୍ର ପାଇଥାନ ଗାଁର କବିତା ଧାଓ୍ବାଲେ ନାମକ ଜଣେ ମହିଳା ଏକ ଛୋଟ କୋଠରୀରେ କାମ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ସହାୟତାରେ ସେ ନିଜେ ପାଇଥାନି ଶାଢୀ ବୁଣିବା ସହ ବିକ୍ରି କରି ଜୀବିକା ନିର୍ବାହ କରୁଛନ୍ତି। ସେହିପରି ଓଡିଶାର ମୟୁରଭଞ୍ଜରେ ଆଦିବାସୀ ମହିଳାମାନେ ସାନ୍ତାଳୀ ଶାଢୀକୁ ନୂଆ ଜୀବନ ଦେଇଛନ୍ତି। ବିହାର ନାଳନ୍ଦାର ନବୀନ କୁମାରଙ୍କ ସଫଳତା ମଧ୍ୟ ପ୍ରେରଣାଦାୟୀ। ଆହୁରି ମଧ୍ୟ ମୋଦୀ କହିଛନ୍ତି ଓଡିଶାର କେନ୍ଦୁଝରରେ ମଧ୍ୟ କିଛି ଉଲ୍ଲେଖନୀୟ କାର୍ଯ୍ୟ ହେଉଛି। ରାଧା କୃଷ୍ଣ ସଂକୀର୍ତ୍ତନ ନାମକ ଏକ ମଣ୍ଡଳୀ ରହିଛି। ଏହି ଗୋଷ୍ଠୀ ପରିବେଶ ସୁରକ୍ଷାକୁ ସଚେତନତା ମନ୍ତ୍ର ଦେଉଛନ୍ତି। ସଂକୀର୍ତ୍ତନ ଜରିଆରେ ବନାଗ୍ନୀ ବାବଦରେ ସଚେତନ କରୁଛନ୍ତି। ଗାଁ ଗାଁ ବୁଲି ପାରମ୍ପରିକ ଗୀତରେ ନୂଆ ସନ୍ଦେଶ ଯୋଡି ସଚେତନ କରୁଛନ୍ତି। ଏହି ପଦକ୍ଷେପ ପଛରେ ପ୍ରେରଣା ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ।

 

Leave a comment