ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ମଥ ରାଉତରାୟ
ଦ୍ୱିତୀୟଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ମନ୍ମଥ ରାଉତରାୟ। ଉଭୟଙ୍କର ପ୍ରେମ ବିବାହ ହୋଇଥିବା କୁହାଯାଉଛି। ତେବେ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି | ଦୁଇ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।