ମମିତା ମେହର ହତ୍ୟାକାଣ୍ଡ ମାମଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ ଭିତରେ ଆତ୍ମହତ୍ୟା

ବଲାଙ୍ଗିର: ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ କଏଦି ଭାବେ ଥିବାବେଳେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି କୋର୍ଟରେ ହାଜର ହେବାକୁ ଥିବାବେଳେ ସେ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଚର୍ଚା ଜୋର ଧରିଛି । ଏହି ମାମଲାରେ ଅନେକ ରହସ୍ୟ ଥିବା ବେଳେ ଏବେ ମୁଖ୍ୟ ଅଭିଯୁକ୍ତ ର ମୃତ୍ୟୁ ଘଟିଥିବାରୁ ଅନେକ କଥା ବାହାରିବା କଷ୍ଟକର ହୋଇପଡିବ ବୋଲି କୁହାଯାଉଛି । ଗୋବିନ୍ଦ ସାହୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ତେବେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । କୁହାଯାଉଛି ଏହା ପରେ ସେ ମାନସିକ ବିଷାଦରେ ଥିଲେ । କଣ୍ଟାବାଞ୍ଝି ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଗୋବିନ୍ଦ । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ କଣ୍ଟାବାଞ୍ଝି ହସପିଟାଲରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇଥିଲା । ତେବେ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା । ଏହା ପରେ ଗୋବିନ୍ଦକୁ ଗିରଫ କରିଥିଲା ।  ସେପଟେ ଏହି ଘଟଣାର ତଦନ୍ତ ପାଇଁ ଜେଲ ବିଭାଗ ନିର୍ଦେଶ ଦେଇଛି । ଏନଏଚଆରସି ଗାଇଡଲାଇନ ଅନୁସାରେ ସମ୍ବଲପୁର ପ୍ରିଜନ ବିଭାଗ ଡିଆଇଜି ଅନୁସୂୟା ଜେନା 24 ଘଣ୍ଟା ଭିତରେ ତଦନ୍ତ କିରବାକୁ ନିର୍ଦେଶ ଦିଆଯାଇଥିବା ଶୁଭକାନ୍ତ ମିଶ୍ର ଜେଲ ଡିଆଇଜି କହିଛନ୍ତି । ଏଥିରେ କାହାର ଅବହେଳା ରହିଛି ତାହା ତଦନ୍ତ ନିର୍ଦେଶ ଦିଆଯାଇଛି ।