ମାହାଙ୍ଗା ହତ୍ୟାକାଣ୍ଡ 9 ଜଣଙ୍କୁ ଆଜୀବନ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅରବିନ୍ଦ ଖଟୁଆଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରୁ ଖଲାସ କରାଯାଇଛି। ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଏହି ଡବଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ଥିଲେ।ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ପ୍ରଥମରୁ ସାମିଲ କରାଯାଇ ନ ଥିବାରୁ, ମୃତ କୁଳମଣି ସାମଲଙ୍କ ପୁତ୍ର ରମାକାନ୍ତ ସାମଲ ତାଙ୍କ ନାମ ସାମିଲ କରିବା ନେଇ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟରେ ମାମଲା ଦାୟର କରିଥିଲେ। ପରେ କୋର୍ଟଙ୍କ ଆଦେଶରେ ପ୍ରତାପ ଜେନାଙ୍କ ନାଁକୁ ସାମିଲ କରାଯାଇଥିଲା। ଅନ୍ୟପକ୍ଷରେ ନାଁ ବାଦ୍‌ ଦେବାକୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ଘଟଣାରେ ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।